ବିଶ୍ୱ ଆଦିବାସୀ ଦିବସ ରେ ଏକତା ପ୍ରଦର୍ଶନ କଲେ ଆଦିବାସୀ ସମାଜ

ଅନୁଗୋଳ(ଚେତନା ଆଇଡିଆ )- ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ କିଶୋରନଗର ବ୍ଲକ ଧଉରା ପାଲି ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ପାଞ୍ଚଟି ସମ୍ପ୍ରଦାୟ କୁ ନେଇ ଗଠିତ ମିଳିତ ମଞ୍ଚ ର ଏକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ଆଦିବାସୀ ସଭାପତି ମାଗୁଣି ଚରଣ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ଅତିଥି ଭାବରେ ରାଜ୍ୟ ସଂଯୋଜକ ପ୍ୟାରୀମୋହନ ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବଶିଷ୍ଠ ନାୟକ, ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିରଞ୍ଚି ନାୟକ ,ସଂମ୍ମାନିତ ଅତିଥି ଭାବରେ କିସାନ ସମାଜ ର ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ପ୍ରଧାନ, ଗଣ୍ଡ ସମାଜ ର ଜିଲ୍ଲା ସଭାପତି ସଦାଶିବ ନାୟକ, ଖଇରା ସମାଜ ସଭାପତି ମହାଦେବ ଭୋଇ, କନ୍ଧ ସମାଜ ପ୍ରଗଣା ସଭାପତି ବସନ୍ତ କୁମାର ପ୍ରଧାନ, ରାଜ୍ୟ ଗଣ୍ଡ ସମାଜ ମହିଳା ସଂଯୋଜିକା ସୁଜାତା ନାୟକ, ମେହେର ସମାଜ ସଭାପତି ରଶ୍ମି ରଞ୍ଜନ ସାହୁ, ଚୈତନ୍ୟ ବେହେରା ଯୋଗ ଦେଇ ଆଦିବାସୀ ମିଳିତ ମଞ୍ଚ ଏକତ୍ରିତ ହୋଇ ସବୁଦିନ ରହି ପାରିଲେ ସମସ୍ତ ଙ୍କୁ ଫାଇଦା ମିଳିବ ବୋଲି କହିବା ସହିତ ଆଦିବାସୀ ମାନେ ସରଳ, ନିଷ୍କପଟ ଓ ତାଙ୍କ ର ସଂସ୍କୃତି ପରମ୍ପରା ସବୁ ପରିବେଶ ସମ୍ପର୍କିତ ହୋଇ ଥାଏ ବୋଲି ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ବିଭିନ୍ନ ଦାବୀ ପୂରଣ ସହ ବିଶ୍ୱ ଆଦିବାସୀ ଦିବସ କୁ ରାଜ୍ୟ ସରକାର ଛୁଟି ଘୋଷଣା କରିବା ପାଇଁ ସମ୍ବିଳନୀ ରେ ପ୍ରସ୍ତାବ ପାରିତ ହୋଇଥିଲା l ପ୍ରାରମ୍ଭରେ ଧଉରା ପାଲି କଲ୍ୟାଣ ମଣ୍ଡପ ନିକଟରେ ସମସ୍ତେ ଏକତ୍ରିତ ହୋଇ ମାଦଳ ବଜାଇ ତାଳେ ତାଳେ ନୃତ୍ୟ କରି ବିଭିନ୍ନ ସ୍ଲୋଗାନ ଦେଇ ପଟୁଆର ବାହାରି ବିଭିନ୍ନ ସାହି ବସ୍ତି ବ୍ଲକ ଛକ କଲେଜ ଛକ କୁ ଯାଇ ପଟୁଆର କଲ୍ୟାଣ ମଣ୍ଡପ ନିକଟ କୁ ପୁନଶ୍ଚ ଫେରିଥିଲା l ମଞ୍ଚ ନିକଟରେ କୁନିକୁନି କଳାକାର ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ସମ୍ପ୍ରଦାୟ ର ଶତାଧିକ ଆଦିବାସୀ ଭାଇ ଭଉଣୀ ଯୋଗ ଦେଇଥିଲେ l ସଭା କାର୍ଯ୍ୟକ୍ରମ କୁ ଶିକ୍ଷାବିତ ଭୈରବ କୁମାର ଦେହୁରୀ ମଞ୍ଚ ପରିଚାଳନା କରିଥିବା ବେଳେ ସୋମନାଥ ମାଝୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଆରଙ୍ଗ ମହାନଦୀ – ଟିଟିଲାଗଡ ସେକ୍ସନ ନିରୀକ୍ଷଣ

ପୂର୍ବତଟ ରେଳପଥ ମହାପ୍ରବନ୍ଧକ, ଶ୍ରୀ ପରମେଶ୍ବର ଫୁଙ୍କୱାଲ ଆଜି ଆରଙ୍ଗ ମହାନଦୀ – ଟିଟିଲାଗଡ ସେକ୍ସନକୁ ବିସ୍ତୃତ ଭାବେ ନିରୀକ୍ଷଣ କରିଛନ୍ତି । ଏହି ନିରୀକ୍ଷଣ ସମୟରେ ରେଳ ସେକ୍ସନର ବିଭିନ୍ନ ଷ୍ଟେସନରେ ନିରାପତ୍ତା ବ୍ୟବସ୍ଥା, ଟ୍ରାଫିକ୍ ସୁବିଧା, ଯାତ୍ରୀଙ୍କ ସୁବିଧା ଏବଂ ଚାଲୁରହିଥିବା ଭିତ୍ତିଭୂମି କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା।ନିରୀକ୍ଷଣ ସମୟରେ ଶ୍ରୀ ଫୁଙ୍କୱାଲ ଆରଙ୍ଗ ମହାନଦୀ, ମହାସମୁନ୍ଦ, ଖରିଆର ରୋଡ୍, ନୂଆପଡ଼ା ରୋଡ୍, ହରିଶଙ୍କର ରୋଡ୍, କଣ୍ଟାବାଞ୍ଜି ସମେତ ବିଭିନ୍ନ ଷ୍ଟେସନରେ ଟ୍ରାଫିକ ସୁବିଧା କାର୍ଯ୍ୟ, ଯାତ୍ରୀଙ୍କ ସୁବିଧା ତଥା ଭିତ୍ତିଭୂମି ବିକାଶ ପ୍ରକଳ୍ପର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ମହାପ୍ରବନ୍ଧକ ମଧ୍ୟ, ନିରାପଦ ଏବଂ ସୁଗମ ଟ୍ରେନ୍ ଚଳାଚଳ କାର୍ଯ୍ୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ଅନେକ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଉପରେ ମଧ୍ୟ ଶ୍ରୀ ଫୁଙ୍କୱାଲ ସମୀକ୍ଷା କରିଛନ୍ତି। ଏଥିମଧ୍ୟରେ ପାର୍କିଂ କ୍ଷେତ୍ରରେ ଉନ୍ନତି, ସର୍କୁଲାର ବା ଚଳପ୍ରଚଳ କ୍ଷେତ୍ର ଏବଂ ଷ୍ଟେସନରେ ଲ୍ୟାଣ୍ଡସ୍କେପ୍ ଅନ୍ତର୍ଭୁକ୍ତ | ମହାପ୍ରବନ୍ଧକ ବିଶେଷ ଭାବରେ ଅମୃତ ଷ୍ଟେସନ ଯୋଜନା ଅଧୀନରେ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ଅଗ୍ରଗତି ଉପରେ ଧ୍ୟାନ ଦେଇଥିଲେ, ଯାହା ନେଟୱାର୍କରେ ଯାତ୍ରୀଙ୍କ ଅଭିଜ୍ଞତାକୁ ବୃଦ୍ଧି କରାଇବା ପାଇଁ ଲକ୍ଷ୍ୟ ରଖିଛି |ମହାପ୍ରବନ୍ଧକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡିକର ଠିକ୍ ସମୟରେ ସମାପ୍ତ ହେବା ଉପରେ ଗୁରୁତ୍ୱାରୋପ କରି ଯାତ୍ରୀମାନଙ୍କ ପାଇଁ ସାମଗ୍ରିକ ସେବା ଗୁଣରେ ଉନ୍ନତି ଆଣିବାରେ ସେମାନଙ୍କର ମହତ୍ୱକୁ ଦର୍ଶାଇଛନ୍ତି | ମହାପ୍ରବନ୍ଧକଙ୍କ ନିରୀକ୍ଷଣ ସମୟରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।